ଲକ୍ଷ୍ନୌ,୨୮ ।୧: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଆମ ଆଦମୀ ପାର୍ଟି(ଏଏପି) ତା'ର ଘୋଷଣା ପତ୍ର ଜାରି କରିଛି । ଏଥିରେ ୧୦ ଲକ୍ଷ ଚାକିରି, ମାଗଣା ବିଜୁଳି ଓ ମହିଳାଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ଏଏପିର ଉତ୍ତର ପ୍ରଦେଶ ପ୍ରଭାରୀ ସଞ୍ଜୟ ସିଂ ଗୁରୁବାର ଏହି ଘୋଷଣା ପତ୍ର ଜାରି କରିଛନ୍ତି ।