କନକ ବ୍ୟୁରୋ : ପଞ୍ଜାବରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଏହାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା ପାଇଁ ଚାପ ବଢ଼ୁଥିବାରୁ ରାହୁଲ ଗାନ୍ଧୀ ପ୍ରତିକ୍ରିୟ ରଖିଛନ୍ତି । ଏକ ଜନସଭାରେ ପଞ୍ଜାବର ବର୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି କହିଥିଲେ ଯେ ଦଳରେ ଆମ ଭିତରେ କନ୍ଦଳ ଚାଲିଛି ବୋଲି ଲୋକେ କହୁଛନ୍ତି ।