ଜିଲ୍ଲା ପରିଷଦ ପ୍ରାର୍ଥୀ ସଂଖ୍ୟା ଘୋଷଣା କଲେ ନିର୍ବାଚନ କମିଶନ,୩୪୦୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ

Friday, 28 Jan, 8.25 am

ଭୁବନେଶ୍ୱର ,ଜାନୁଆରୀ 28(ଖବର ଓଡ଼ିଶା):

ଜିଲ୍ଲା ପରିଷଦ ପ୍ରାର୍ଥୀ ସଂଖ୍ୟା ଘୋଷଣା କଲେ ନିର୍ବାଚନ କମିଶନ । ଏଥର ପଞ୍ଚାୟତ ନିର୍ବାଚନ ମଇଦାନରେ ୮୫୨ଟି ଜିଲ୍ଲା ପରିଷଦ ଜୋନରୁ ୩୪୦୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ତାଲିକା ପ୍ରକାଶ ପାଇଛି ।

ସେଥିମଧ୍ୟରୁ ବିଜେଡିର ୮୫୧, ବିଜେପିର ୮୪୮ ଓ କଂଗ୍ରେସର ୮୩୬ ପ୍ରାର୍ଥୀ ମଇଦାନରେ ବିଏସ୍ପି-୧୫୯, ସିପିଆଇ-୩୮, ଉଚଓଗ-୭୨ ଜଣ, ଆମ୍ ଆଦ୍ମୀ ପାର୍ଟିରୁ ୩୨ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ୪୭ ପ୍ରାର୍ଥୀ ଲଢୁଛନ୍ତି ।