ଆଫଗାନିସ୍ତାନରେ ଖାଦ୍ୟ ସଂକଟ, ଖାଦ୍ୟ ପାଇଁ କିଡନୀ ଓ ଛୁଆକୁ ବିକ୍ରି

Friday, 28 Jan, 8.17 am

କାବୁଲ: ତାଲିବାନୀ ଶାସନକୁ ନେଇ ଚର୍ଚ୍ଚାରେ ଥିବା ଆଫଗାନିସ୍ତାନରେ ଏବେ ଖାଦ୍ୟ ସଂକଟ । ଅତ୍ୟଧିକ ଖାଦ୍ୟ ସଂକଟ ହେବାରୁ ଅଧାରୁ ଅଧିକ ଆଫଗାନବାସୀ ଏବେ ଭୋକରେ ଦିନ କାଟୁଛନ୍ତି । ସ୍ଥିତି ଏମିତି ଯେ ଖାଦ୍ୟ ପାଇଁ ଆଫଗାନୀବାସୀ ସେମାନଙ୍କ କିଡନୀ ଓ ଛୁଆକୁ ବିକ୍ରି କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ହେରାତ ସହରର ୨୦ କିଲୋମିଟର ଦୂରରେ ଥିବା ଏକ ଅଂଚଳରେ ଲୋକମାନେ ଅତି କଷ୍ଟରେ ଜୀବନ ବିତାଉଛନ୍ତି ।