ମା' ପାଇଁ ପ୍ରଚାର କରୁ କରୁ ପୁଅ ନିଖୋଜ
28 January 2022, 8:17 am
ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ମା' ପାଇଁ ପ୍ରଚାର କରିବାକୁ ଯାଇ ପୁଅ ନିଖୋଜ। ତାଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ପଙ୍ଗାରସିଂହ ପଞ୍ଚାୟତରୁ।
ଏହି ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ନିରୂପମା ମହାପାତ୍ର। ତାଙ୍କ ପାଇଁ ପ୍ରଚାର କରିବାକୁ ତାଙ୍କ ପୁଅ ପ୍ରତାପ ଗତକାଲି ସକାଳେ ଘରୁ ବାହାରି ଯାଇଥିଲେ।
Loading...